କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ – ଜଗମୋହନପୁର ରାସ୍ତାର ହନୁମନ୍ତିଆ ନାଳ ନିକଟରେ ସକାଳ ପ୍ରାୟ ୭.୩୦ରେ ତେଲକୋଇରୁ ରାଉରକେଲା ଯାଉଥିବା ଏକ ଯାତ୍ରୀ ବାହୀବସ ଅଟୋକୁ ଧକ୍କା ଦେବା ଫଳରେ ଅଟୋରେ ଯାଉଥିବା ତିନି ଜଣ ଆହତ ହୋଇ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅଛନ୍ତି।
ବସଟିର ନାମ ଶ୍ରୀକାନ୍ତ ବସ ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।