ବଳାତ୍କାର ଉଦ୍ୟମ କରି ଅଭିଯୁକ୍ତ ଦଣ୍ଡିତ

କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ଏସ . ତ୍ରିପାଠୀ ଆଜି ଏକ ନାବାଳିକା ବଳାତ୍କାର ଉଦ୍ୟମ ଅଭିଯୋଗର ଶୁଣାଣି କରି ଅଜୟ ନାୟକ ନାମକ ଜଣେ ଯୁବକକୁ ଚାରି ବର୍ଷ ଜେଲ ଦଣ୍ଡାଦେଶ ଓ ଦୁଇ ହଜାର ଟଙ୍କା ଫାଇନ ଆଦେଶ କରିଛନ୍ତି ବୋଲି ସ୍ଵତନ୍ତ୍ର ପବ୍ଲିକ ପ୍ରିସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି।

ନଅ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ରିପୋର୍ଟକୁ ଭିତ୍ତି କରି ଏହି ଆଦେଶ ଦେବା ସହ ପୀଡ଼ିତାଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଜିଲ୍ଲା ଲିଗାଲ ସର୍ଭିସ୍ ଅଥରିଟିକୁ ଆଦେଶ କରିଛନ୍ତି। ୨୦୧୮ ମସିହା ନଭେମ୍ବର ସାତ ତାରିଖ ସନ୍ଧ୍ୟାରେ ଘଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes