ବଳରାମ ମନ୍ଦିର ନିକଟରେ ଶୌଚାଳୟ ସୁବିଧା ପାଇଁ ଦାବି

ଢେଙ୍କାନାଳର ବଳରାମ ମନ୍ଦିରରେ ବର୍ଷସାରା ଭକ୍ତମାନଙ୍କର ଭିଡ଼ ଲାଗି ରହିଥିବା ବେଳେ ଏହି ମନ୍ଦିରରେ ଅନେକ ସମୟରେ ସଭା ସମିତି, ବ୍ରତୋପନୟନ, ନିର୍ବନ୍ଧ, ବାହାଘର ଆଦି ଅନେକ କାର୍ଯ୍ୟକ୍ରମ ହୁଏ ଏବଂ ପ୍ରବଳ ଜନ ସମାଗମ ହୁଏ |

ହେଲେ ଭକ୍ତମାନଙ୍କ ପାଇଁ ଏହି ମନ୍ଦିର ନିକଟରେ କୌଣସି ସ୍ଥାନରେ ଶୌଚାଳୟ ସୁବିଧା ନାହିଁ | ବିଦ୍ୟୁତ ବିଭ୍ରାଟ ସମୟରେ ଆଲୋକ ପାଇଁ କୌଣସି ପ୍ରକାର ଅନ୍ୟ ବ୍ୟବସ୍ଥା ନଥିବା କହିଛନ୍ତି ସ୍ଥାନୀୟ ଲୋକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes