ବରିଷ୍ଠ ମତଦାତାଙ୍କ ଦେହାନ୍ତରେ ଶୋକ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ କୁଆପଶି ଗ୍ରାମର ଶତାୟୁ ଧର୍ମ ପରାୟଣ ବ୍ୟକ୍ତି ବୈକୁଣ୍ଠ ମହାନ୍ତଙ୍କ ମଙ୍ଗଳବାର ସକାଳେ ୧୦୭ ବର୍ଷ ବୟସରେ ପରଲୋକ ଘଟିଛି।

ଶେଷ ସମୟ ପର୍ଯ୍ୟନ୍ତ ସେ କାର୍ଯ୍ୟକ୍ଷମ ଥିଲେ। ସେ ଜଣେ ଅତ୍ୟନ୍ତ ସ୍ନେହୀ, ମିଷ୍ଟଭାଷୀ ,ଅମାୟିକ ଓ ଧର୍ମ ପ୍ରାଣା ବ୍ୟକ୍ତି ଥିଲେ। ତାଙ୍କର ଅନ୍ତିମ ସଂସ୍କାର ମଙ୍ଗଳପୁର ବୈତରଣୀ ନଦୀ କୁଳ ସ୍ମଶାନ ରେ ସମ୍ପନ୍ନ ହୋଇଛି। ବଡ଼ ପୁଅ ଭଜୁ ମୁଖାଗ୍ନି ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes