ବରିଷ୍ଠ ନାଗରିକ ସଂଗଠନ ନିଶା ନିବାରଣ ସଚେତନତା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଶୁକ୍ରବାର ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିଶା ଓ ମଦ୍ୟପାନ କେମିତି ଯୁବ ସମାଜକୁ ପଥଭ୍ରଷ୍ଟ କରୁଛି ଓ ଏହା ଠାରୁ ସମାଜ କିପରି ମୁକ୍ତ ହେବ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପରେ ସଂଗଠନର ସଭାପତି ଡ.ପ୍ରଫୁଲ କୁମାର ରଥଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟମାନେ ପ୍ଲା-କାର୍ଡ ପ୍ରଦର୍ଶନ ପୂର୍ବକ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଶୋଭାଯାତ୍ରା ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ନିଶା ନିବାରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସକାଶେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes