ବରିଷ୍ଠ ନାଗରିକମାନଙ୍କ ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ପୁଲେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଠାରେ ଆଜି ବରିଷ୍ଠ ନାଗରିକମାନଙ୍କ ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ତଥା ସୋନପୁରର ରେଆର ସଂଗଠନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ଡାକ୍ତର ଭିକାରୀ ମିଶ୍ର ଓ ଏଏନଏମ୍ ଅନିତା ତାଣ୍ଡି ଯୋଗଦେଇ ୫୨ ଜଣଙ୍କର ମାଗଣା ଚିକିତ୍ସା କରିଥିଲେ । ବିଶ୍ବମ୍ବର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଅନନ୍ତ ମିଶ୍ର, ସ୍ବେଚ୍ଛାସେବୀ ଗୀତାଞ୍ଜଳି ଜେନା, ଗୁଣନିଧି ମାଝି, ରଘୁମଣି ସା, ସୁନେଲି ଖୂରା, ଧନୁର୍ଦ୍ଧର ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes