ମୟୂରଭଞ୍ଜ ଜିଲ୍ଲା ମଧୁବନ ଠାରେ ଆଜି ସକାଳ ପ୍ରାୟ ୪ଟା ସମୟରେ ଦୁଇଟି ଫାଷ୍ଟଫୁଡ୍ ଦୋକାନ ପୋଡି ପାଉଁଶ ହୋଇଯାଇଛି।
ସକାଳେ ଲୋକେ ମଣ୍ଣିଂଓ୍ୱାକ୍ କରିବାକୁ ବାହାରି ଥିବାବେଳେ ଦୋକାନ ଦୁଇଟି ଜଳୁଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଫାଷ୍ଟଫୁଡ୍ ଦୋକାନରେ ଥିବା ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ କେହି ଡରରେ ଦୋକାନ ପାଖକୁ ଯିବାକୁ ସାହସ କରି ପାରିନଥିଲେ। ପୋଡି ଯାଇଥିବା ଦୁଇ ଦୋକାନର ମାଲିକ ଗୋପାଲ ତରେଇ ଓ ବିନୋଦ ସାହୁ ଅଟେ।