ପୋଷ୍ଟମର୍ଟମ ହୋଇପାରୁନି ଛାତ୍ରୀଙ୍କ ଶବ, କାଲିଠୁ ପଚୁଛି

କେନ୍ଦୁଝର ଜିଲ୍ଲା ବାରିଆ ଥାନାଞ୍ଚଳର ଛାତ୍ରୀ ହସନପୁରସ୍ଥିତ ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଟିବିରେ ଆକ୍ରାନ୍ତ ହୋଇ ଛାତ୍ରୀଙ୍କର କାଲି ଆନନ୍ଦପୁର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା

ଅପମୃତ୍ୟୁ ମାମଲା କହି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ଆନନ୍ଦପୁର ପଠାଇଥିଲା ରାମଚନ୍ଦ୍ରପୁର ପୁଲିସ। ମହିଳା ଡାକ୍ତରଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ ଲେଖିବାରୁ ବଢ଼ିଥିଲା ଅଡୁଆ। ଆନନ୍ଦପୁର ମେଡିକାଲରେ ମହିଳା ଡାକ୍ତର ନଥିବାରୁ ପୋଷ୍ଟମର୍ଟମ ହୋଇପାରୁନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes