ପୋଲରେ ବାଡ଼ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଅନ୍ତର୍ଗତ ସୁନାପାଳରୁ ବଡ଼ସିଙ୍ଗାରିଆ ଯାଇଥିବା ରାସ୍ତା ଯିବା ବେଳେ ଦେଓ ନଦୀରେ ଏକ କଂକ୍ରିଟ ପୋଲ ନିର୍ମାଣ ହୋଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୋଲରେ ବାଡ଼ ନଥିବାରୁ ଅନେକ ବାଇକ ସାଇକେଲ ଓ ପଦଚାରୀ ରାତ୍ର ସମୟରେ ନଦୀ ମଧ୍ୟକୁ ଖସି ପଡି ଦୁର୍ଘଟଣା ଘଟୁଛି। ଏନେଇ ଖୁବଶୀଘ୍ର ତୁରନ୍ତ ପୋଲରେ ବାଡ଼ ତିଆରି କରନ୍ତୁ ବୋଲି ପ୍ରଶାସନଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes