ଏକ ଗଣ୍ଡଗୋଳରେ ଲିପ୍ତ ଥିବା ଅଭିଯୋଗରେ କିଛି ଦିନ ତଳେ ଜଣେ ଯୁବକକୁ ପୁଲିସ ଗିରଫ କରି ଜେଲ ପଠାଇବା ପରେ ଏହି ଖବର ଶୁଣି ଯୁବକଙ୍କ ବାପାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା l ତେବେ ଆଜି ଯୁବକଙ୍କ ମା’ଙ୍କ ମୃତ୍ୟୁ ହୋଇଯିବାରୁ ମୁଖାଗ୍ନି ଦେବାକୁ ପୁଅକୁ ଜାମିନ ଦେବା ଦାବିରେ ବୌଦ୍ଧ କୋର୍ଟ ସମ୍ମୁଖରେ ସମ୍ପର୍କୀୟ ମାନେ ମୃତଦେହ ରଖି ଧାରଣା ଦେଇଛନ୍ତି l