ପିକଅପ୍ ଭ୍ୟାନ ଓ ଅଟୋ ମୁହାଁମୁହିଁ ଧକ୍କା (ଅପଡେଟ )

ପଣ୍ଡାପଡ଼ା ଥାନା ଅନ୍ତର୍ଗତ ନରଣପୁର – ଡୁବୁରି ରାସ୍ତାର ଉକୁଚାବେଡା ନିକଟରେ ପିକଅପ୍ ଭ୍ୟାନ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।

ଅଟୋଟି ସ୍ଥାନୀୟ କମଣ୍ଡରା ଗ୍ରାମରୁ କିଛି ଲୋକଙ୍କୁ ନେଇ କେନ୍ଦୁଝର ଆସୁଥିବା ବେଳେ କେନ୍ଦୁଝର ଆଡୁ ଯାଉଥିବା ଏକ ପିକଅପ୍ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ମୃତାହତଙ୍କ ପରିଚୟ ମିଳି ନାହିଁ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes