ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ବରି ରାସ୍ତା କାଳସପୁରରେ ଥିବା ଭଙ୍ଗାପୋଲ ସମ୍ପର୍କରେ ଗ୍ରାମବାସୀମାନେ ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଜଣାଇଥିଲେ।
ଆଜି ପର୍ଯ୍ୟଟନ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଉକ୍ତ ପୋଲର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଯଥା ଶୀଘ୍ର ଏକ ନୂତନ ପୋଲ ନିର୍ମାଣର କାର୍ଯ୍ୟ ଆରମ୍ଭ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥିରେ ସିମୁଳିଆ ବିଡିଓ, ଏଇଇ ବବିତା ମୁଣ୍ଡା, ଜେଇଙ୍କ ସମେତ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ।