ନୂତନ ଏମଭିଆଇଙ୍କ ଯୋଗଦାନ

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ବାରିପଦା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନୂତନ ଏମଭିଆଇ ଭାବରେ ସାଲଖୁ ମୁର୍ମୁ କାର୍ଯ୍ୟରେ ଯୋଗଦେଇଛନ୍ତି ।

ସେ ଏଥି ପୂର୍ବରୁ ବୌଦ୍ଧରେ କାର୍ଯ୍ୟ କରୁଥିଲେ । ଏଠାରେ କାର୍ଯ୍ୟ କରୁଥିବା ଏମଭିଆଇ ଶିଶିର କୁମାର ସାହୁ ତାଙ୍କ ସ୍ଥାନକୁ ବଦଳି ହୋଇଥିବାରୁ ସେ ମଧ୍ୟ ରିଲିଫ ହୋଇଥିଲେ । ବିଦାୟୀ ଓ ନୂତନ ଦୁଇ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟରେ ଏକ ସ୍ବାଗତ ଓ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes