ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଓ ସ୍ଵତନ୍ତ୍ର ଜଜ ଆଜି ଏକ ଗଣ ବଳାତ୍କାର ମାମଲାର ଶୁଣାଣି କରି ଦୁଇ ଜଣକୁ କୋଡ଼ିଏ ବର୍ଷ ଜେଲ ଓ ୫୮ ହଜାର ଟଙ୍କା ଫାଇନ ଦଣ୍ଡାଦେଶ କରିଛନ୍ତି।
ଘଟଗାଁ ଥାନା ଅଂଚଳରେ ଅପ୍ରେଲ ୨୦୧୭ ରେ ଘଟିଥିଲା। ପାଲା ଦେଖିବାକୁ ଯାଇଥିବା ବେଳେ ଏହି ଦୁଇ ଜଣଙ୍କ ସହିତ ଅନ୍ୟ ଜଣେ ବାଳ ଅପରାଧୀ ଉକ୍ତ ୧୭ ବର୍ଷ ନାବାଳିକାକୁ ଉଠାଇ ନେଇ ବଳାତ୍କାର କରିଥିଲେ। ୨୨ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି ଏହି ଦଣ୍ଡାଦେଶ କରିଥିବା ସରକାରୀ ଆଇନଜୀବି ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।