ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରୁ ଏକ ବଡ଼ ଶୋଭାଯାତ୍ରାରେ ବହୁ ବିଜେପି କର୍ମୀ ନବୀନ ନିବାସ ଯାଉଛନ୍ତି।
ସମ୍ବିତ ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ବାବୁ ସିଂ ଶୋଭାଯାତ୍ରାରେ ସାମିଲ ଅଛନ୍ତି। ଅର୍ଚ୍ଚନା ନାଗ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାର ପ୍ରତିବାଦ ଓ
ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ କରି ବିଜେପି ଶୋଭାଯାତ୍ରା କରୁଛି।