ଧୁମ ଧାମରେ ଭାଇ ଚାରାର ପର୍ବ ଇଦ ପାଳିତ

କେନ୍ଦୁଝର ଜିଲ୍ଲାରେ ମୁସଲମାନ ସଂପ୍ରଦାୟର ଭାଇଚାରାର ପର୍ବ ଇଦ ଉଲ୍ ଫିତର ଧୁମଧାମରେ ଶାନ୍ତିଶୃଙ୍ଖଳା ର ସହ ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ସହର ଜାମା ମସଜିଦ ସମେତ ଚାରୋଟି ମସଜିଦରେ ମୁସଲମାନ ଭାଇମାନେ ଏକାଠି ହୋଇ ନମାଜ ପାଠ କରିବା ସହ ଇଦ ଶୁଭେଚ୍ଛା ଜଣାଇ ପ୍ରିୟ ଖାଦ୍ୟ ଲଛା ଖାଇବା ସହ ଅନ୍ୟମାନଙ୍କୁ ଖୁଆଇଥିଲେ।

ଏହି ଅବସରରେ ବିଭିନ୍ନ ଧର୍ମର ଲୋକେ ମଧ୍ୟ ଶୁଭେଚ୍ଛାର ବାର୍ତ୍ତା ଦେଇ ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ। ଏହି ଦିନ ସମସ୍ତ ମୁସଲମାନ ଭାଇମାନେ କାମଧନ୍ଦା ଛାଡ଼ି ମଜା ମଜଲିସରେ ସମସ୍ତେ ଦିନ କରାଇଥାନ୍ତି ବୋଲି ମୁକ୍ତାର ରାଇନ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes