ଧର୍ମ ପରାୟଣ ମହିଳାଙ୍କ ଦେହାନ୍ତରେ ଶୋକ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ କୁଆପସି ଗ୍ରାମର ସାମାଜିକ କର୍ମୀ ରଥୁ ମହାନ୍ତଙ୍କ ସ୍ତ୍ରୀ ରେବତୀ ମହାନ୍ତଙ୍କ ୬୭ବର୍ଷ ବୟସରେ ସୋମବାର ପୂର୍ବାହ୍ନରେ ଦେହାନ୍ତ ଘଟିଛି।

ସେ ଜଣେ ଧର୍ମ ପରାୟଣା ମହିଳା ଭାବେ ଜଣା ଶୁଣା ଥିଲେ।ଦୀର୍ଘ ଦିନ ହେବ ସେ ପକ୍ଷାଘାତ ରୋଗରେ ପୀଡିତ ଥିଲେ।ଅନ୍ତିମ ଶଯ୍ୟା ନିକଟରେ ଦୁଇ ପୁଅ ବାବୁଲି ,ପଦ୍ମଲାଭଙ୍କ ସହ ପୁତ୍ରବଧୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ମଙ୍ଗଳପୁର ବୈତରଣୀ ନଦୀସ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ବଡ଼ ପୁଅ ବାବୁଲି ମୁଖାଗ୍ନି ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes