ଦେବୀ ମାହେଶ୍ୱରୀଙ୍କ ବାର୍ଷିକ ପୁଜନୋତ୍ସବ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଠାରେ ଆଜି ଦେବୀ ମାହେଶ୍ୱରୀଙ୍କ ବାର୍ଷିକ ପୁଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ପୂଜକ ବସୁଦେବ ଦେହୁରୀ ପୂଜାର୍ଚ୍ଚନା କରିଥିଲେ । ଦେବୀ ମାହେଶ୍ୱରୀଙ୍କ ଆଜ୍ଞାମାଳ ଅଣାଯାଇ ମନ୍ଦିର ସମ୍ବୁଖରେ ଥିବା ମଣ୍ଡପରେ ରଖାଯାଇଥିଲା । ବ୍ରାହ୍ମଣ ପୂଜକମାନଙ୍କ ଦ୍ୱାରା ନିଶାପୂଜା ଓ ଚଣ୍ଡୀପାଠ ମଧ୍ୟ କରାଯାଇଥିଲା । ଏହି ଅବସରରେ ଢୋଲ, ନିଶାନ, ତାସା, ମୁହୁରୀର ଗୁରୁ ଗମ୍ଭୀର ଧ୍ୱନିରେ ପରିବେଶ ମୁଖରିତ ହୋଇଉଠିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes