ଏହି କର୍ମଶାଳାରେ ଦେବଗଡ଼ ଓ ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲ୍ସ କଲ୍ଚରାଲ ସେଣ୍ଟର୍ (ପିକକ୍)ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଛି ।
ୟୁନିସେଫ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଧରିତ୍ରୀର ସହଯୋଗରେ ପିକକ୍ ସଂଗଠନ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ଛାତ୍ରଛାତ୍ରୀ ଶିଶୁ ଅଧିକାର ସମ୍ପର୍କରେ ଜାଣିବା ସହ ଏକ ସାମ୍ବାଦିକ ଟିଏ ଭଳି ନିଜ ଚତୁର୍ପାର୍ଷ୍ୱକୁ ପ୍ରଭାବିତ କରୁଥିବା ବିଷୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବା ଓ ଜଣାଇବାର ତାଲିମ ପାଇବେ ବୋଲି ୟୁନିସେଫର କମ୍ୟୁନିକେସନ କଂସଲ୍ଟାଣ୍ଟ ଶାରଦା ଲାହାଙ୍ଗିର ସୂଚନା ପ୍ରଦାନ କରିଛନ୍ତି।