ଗତ ରବିବାର ଦିନ ତ୍ୟାଗରାଜ ଷ୍ଟାଡିଅମ ଠାରେ ଡାକ୍ତର ଲାଲ ସିଙ୍ଗ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ମାରାଥନ ପ୍ରତିଯୋଗିତାରେ ଓଡ଼ିଶାର ବରଗଡ ଜିଲ୍ଲା ଭେଡେନ ବ୍ଲକ ଭାଂଗକୁଦ ଗ୍ରାମର ଶ୍ରୀଯୁକ୍ତ କ୍ଷୀର ମୋହନ ଭିନ୍ନକ୍ଷମ ହୋଇ ମଧ୍ୟ ପାଞ୍ଚ କିଲୋମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ମେଡାଲ ହାସଲ କରିଥିଲେ।
ସେ ବର୍ତମାନ ଉତ୍ତର ପ୍ରଦେଶର ନୋଇଡାରେ ରହନ୍ତି।ଏଥିରେ ବହୁତ ଦୂର ଦୁରାନ୍ତରରୁ ଏବଂ ଅନ୍ୟ ରାଜ୍ୟରୁ ଅନେକ ଲୋକ ଭାଗ ନେଇଥିଲେ। ଏହା ଏକ ଗର୍ବର ବିଷୟ, ତେଣୁ ତାଙ୍କ ପାଖକୁ ଭେଡେନ ବ୍ଲକ ଓ ଅତାବିରା ବ୍ଲକ ଯାଦବ ସମାଜ ଶୁଭେଚ୍ଛା ଜଣାଇଛି।