ଅନୁଗୁଳ ଜିଲ୍ଲା ସାତକୋଶିଆ ଜିଲିଣ୍ଡା ରେଞ୍ଜରେ ଦନ୍ତା ହାତୀ କଙ୍କାଳ ମିଳିବା ଘଟଣାରେ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ପିସିସିଏଫ।
ହରିଶ୍ଚନ୍ଦ୍ରଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ବଳରେ ମକଦମା ରୁଜୁ ହୋଇଛି। ରେଞ୍ଜ ଅଫିସର ଗିରଫ ଭୟରେ ଫେରାର ଅଛନ୍ତି। ପୂର୍ବରୁ ଏହି ଘଟଣାରେ ନିଲମ୍ବିତ ହୋଇଥିବା ୨ ଜଣ ଫରେଷ୍ଟର ବି ଗିରଫ ଭୟରେ ଫେରାର ଅଛନ୍ତି।