ଦନ୍ତା ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି, ଲୋକେ ଆତଙ୍କିତ

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଖୁଣ୍ଟାପଡ଼ା ଗ୍ରାମରେ ଏକ ଗୋଠ ଛଡ଼ା ହାତୀ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ହାତୀ ସ୍ଥାନୀୟ ବିଭୂତି ପ୍ରଧାନଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଦେବାସହ ବହୁ ସାମଗ୍ରୀ ନଷ୍ଟ କରିଦେଇଛି। ସେହିପରି ଉକ୍ତ ଗ୍ରାମ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ବାଡି ବଗିଚା, ଫସଲ ହାନି ଘଟୁଥିବାରୁ ଲୋକମାନେ ମଧ୍ୟରେ ଭୟ ଓ ଆତଙ୍କିତ ହୋଇ ରହୁଥିବା ବେଳେ ଅସନ୍ତୋଷ ବଢୁଛି। ଏଣୁ ଲୋକଙ୍କୁ ସୁରକ୍ଷା ଓ କ୍ଷୟକ୍ଷତି ସୁରକ୍ଷା ଯୋଗାଇ ଦେବାକୁ ଦାବି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes