କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମର ସମ୍ଭୁ ନାଥ ସେଠୀ ଙ୍କ ରବିବାର ୫୨ବର୍ଷ ବୟସ ରେ ଦେହାନ୍ତ ଘଟିଛି।
ସେ ଲିଭର ଜନିତ ରୋଗରେ ପୀଡିତ ଥିଲେ।ତାଙ୍କ ଉଦ୍ୟମରେ ଗାଁର ଉଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।ସେ ବିଜେଡି ଦଳର ଜଣେ ଦକ୍ଷ ସଂଗଠକ ସହ ମେଳାପୀ ଓ ଅମାୟିକ ବ୍ୟକ୍ତି ଥିଲେ। ଅଙ୍କୁରା ବୈତରଣୀ ନଦୀ କୂଳରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା।ପୁଅ ମୁନା ମୁଖାଗ୍ନି ଦେଇଥିଲେ।