ତେଲକୋଇ ଜଙ୍ଗଲରେ ମାଇ ହାତୀ ମୃତ

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କାଳିଆ ହତା ସେକ୍ସନ ଅଧିନସ୍ଥ କଳାପାଟ ଜଙ୍ଗଲରେ ଏକ ୩୫ ବର୍ଷ ବୟସ୍କା ମାଇ ହାତୀର ମୃତ୍ୟୁ ଘଟିଛି।

ଗତକାଲି ୫ ଟିକିଆ ହାତୀ ଦଳ ଉକ୍ତ ଅଂଚଳରେ ବୁଲୁ ଥିଲା। ତେବେ ଆଜି ଗ୍ରାମବାସୀ ସୂଚନା ଦେବା ପରେ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳକୁ ଯାଇଥିବା ଜଣାପଡିଛି। ମୃତ୍ୟୁ କାରଣ ଜଣା ପଡିନାହିଁ। ଘଟଣା ସ୍ଥଳରେ ପହଞ୍ଚିବା ପରେ ଜଣା ପଡ଼ିବ ବୋଲି ଡି ଏଫ ଓ କେନ୍ଦୁଝର ସୂଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes