ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ତଥା ଯୁବ ବିଜେପି ନେତା ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ତାଳଚେର ସାରକାରଖାନା ଆଞ୍ଚଳିକ ପ୍ରଜା ମହାସଂଘର ନିର୍ଦ୍ଦେଶ କ୍ରମେ ଆଜି ତାଳଚେର ଲୋକଙ୍କ ଉପସ୍ଥିତି କ୍ରମେ ତାଳଚେର ସାର କାରଖାନାରେ ୯୦ ଭାଗ ତାଳଚେର ବେକାରୀ ପିଲାଙ୍କୁ ନିଯୁକ୍ତି ଦାବି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l
ତାଳଚେର ବେକାରୀ ପିଲାଙ୍କୁ ନିଯୁକ୍ତି ଦେବାରେ ଯଦି କାରଖାନା କର୍ତ୍ତୃପକ୍ଷ ଖିଲାପ କରନ୍ତି ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି l