ତାଳଚେରର ଉନ୍ନତି ପାଇଁ ବିଧାୟକଙ୍କ ଆଲୋଚନା

ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ତାଙ୍କ ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନ ଠାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଭେଟିଛନ୍ତି l

ଏହି ଅବସରରେ ସେ ତାଳଚେର ମେଡିକାଲ୍ କଲେଜ ଯଥା ଶୀଘ୍ର ଚାଲୁ କରିବା,ଏମସିଏଲ ଜମି ହରାଇଥିବା ଲୋକଙ୍କୁ ନିଯୁକ୍ତି ଓ ଥଇଥାନ, ଏନଟିପିସି/ଟିଟିପିଏସ ପ୍ଲାଣ୍ଟକୁ ଚାଲୁ କରିବା,ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ନୂତନ ରେଳ ଲାଇନ ଏବଂ ତାଳଚେରରୁ ଏନଟିପିସି ପର୍ଯ୍ୟନ୍ତ ଯାତ୍ରୀବାହି ଟ୍ରେନକୁ ତୁରନ୍ତ ଯାତାୟତର ସୁବିଧା ସହ ତାଳଚେର ନିର୍ବାଚନ ମଣ୍ଡଳୀର ସମସ୍ତ ସମସ୍ୟା ସମାଧାନ ଲାଗି ଆଲୋଚନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes