ଟ୍ରାକ୍ଟର ତଳେ ଚାପିହୋଇ ଚାଳକ ମୃତ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ସଙ୍କୁଲେଇ ହାଇସ୍କୁଲ ଠାରେ ଆଜି ଅପରାହ୍ନରେ ସମୟରେ ଜୈନିକ ବ୍ୟକ୍ତି ଙ୍କ ଚାଷ ଜମିରେ ଚାଷ କରୁଥିବା ବେଳେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ଓଲଟି ପଡି ଦୁର୍ଘଟଣାଘଟିବା ଫଳରେ ଟ୍ରାକ୍ଟର ତଳେ ଚାଳକ ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ପୁରୁଣା କଟକ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ।‌ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଜଣକ ହେଲେ ହରିହରପୁର ଗ୍ରାମର ସୁଭାଷ ପ୍ରଧାନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes