ଖୋର୍ଦ୍ଧା ଜିଲ୍ଲାପାଳ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପିଏ ହେମନ୍ତ ଭୋଇ।
ଏହା ସହ ଜିଲ୍ଲାପାଳ ଜାତିଆଣ ଆକ୍ଷେପ କରିବା ସହିତ ଟିକେ ଟିକେ କଥାରେ ଗାଳିଗୁଲଜ କରୁଛନ୍ତି, ପିଅନ, ସୁଇପର ଭଳି ବ୍ୟବହାର ଦେଖାଉଛନ୍ତି, ଏନେଇ ଆଜି ଥାନାରେ ମୋ ସ୍ତ୍ରୀ ଏତଲା କରିଛନ୍ତି, ମୋର ଯଦି କିଛି ହୋଇଯାଏ ଜିଲ୍ଲାପାଳ ଦାୟୀ ରହିବେ ବୋଲି କହିଛନ୍ତି ପିଏ ହେମନ୍ତ। ତେବେ ପିଏଙ୍କ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନି।