ଜାମଟିକ୍ରା ଗ୍ରାମରେ ନଳକୂପ ଅଛି, ହେଲେ ମିଳୁନି ବିଶୁଦ୍ଧ ପାନୀୟ ଜଳ

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧିନ ବୁଗବୁଗା ପଞ୍ଚାୟତ ଜାମଟିକ୍ରା ଗଉଡପଡାରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉକ୍ତ ପଡାରେ ୨ଟି ନଳକୂପ ଅଛି।

ଏବେ ଏହି ୨ ନଳକୂପରେ ଗୋଳିଆ ପାଣି ବାହାରୁଛି ଯାହା କି ପିଇବା ପାଇଁ କି ରୋଷେଇ ପାଇଁ ବ୍ଯବହାର କରିବା ଲୋକେମାନେ ସୁରକ୍ଷିତ ମଣୁ ନାହାଁନ୍ତି। ନଳ କୂପ ମରାମତି ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ଯ କିଛି ସୁଫଳ ମିଳୁନାହିଁ କହିଛନ୍ତି ଲୋକେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes