ଜାତୀୟ ତାଇକୋଣ୍ଡୋରେ ସଫଳତା : ୪ ସ୍ୱର୍ଣ୍ଣ, ୨ ରୌପ୍ୟ ପଦକ ହାସଲ

ଗତ ୫ ରୁ ୮ ମଇ ପର୍ଯ୍ୟନ୍ତ ପଞ୍ଜାବର ଅମୃତସର ଠାରେ ଆୟୋଜିତ ଓପନ ନ୍ୟାସନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଏହେସାସ ତାଇକୋଣ୍ଡୋ ଏକାଡେମୀର ୬ ଜଣ ଖେଳାଳୀ ଭାଗ ନେଇଥିଲେ । ସେଠାରେ ଏକାଡେମୀର ରାଜଲକ୍ଷ୍ମୀ ସାହୁ, ହରିପ୍ରିୟା ମିଶ୍ର, କୁମାରକଶ୍ୟପ ଷଡ଼ଙ୍ଗୀ, ରବିଶଙ୍କର ନାୟକଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳ ହର୍ଷିତା ନାୟକ ଏବଂ ପ୍ରିୟଦର୍ଶିନୀ କରଙ୍କୁ ରୋପ୍ୟ ପଦକ ମିଳିଛି । ଏଥିସହ ଏକାଡେମୀର ଖେଳାଳୀ ଅନ୍ବେଷ ହୋତା ଏବଂ ବିଶ୍ୱରଞ୍ଜନ ସାହୁଙ୍କୁ ଟେକ୍ନିକାଲ ଅଫିସିଆଲ ଭାବେ ମଧ୍ୟ ନିଯୁକ୍ତି ମିଳିଥିବାବେଳେ ସେମାନେ ମଧ୍ୟ ସଫଳତାର ସହ ମ୍ୟାଚ ପରିଚାଳନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes