ଚଳନ୍ତା ଟ୍ରାକ୍ଟରରୁ ପଡି ଶିଶୁ ପୁତ୍ର ମୃତ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଡୁମୁରିଆ ପଞ୍ଚାୟତ ବାଇଦ ବାଜା ଗ୍ରାମବଡ଼ର ଜଣେ ୨ ବର୍ଷ ଶିଶୁ ପୁତ୍ର ଟ୍ରାକ୍ଟରରୁ ପଡିବା ପରେ ଓ ଶିଶୁ ପୁତ୍ରଟିର ଚିକିତ୍ସା ଧୀନ ଅବସ୍ଥାରେ ଶନିବାର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।

ମୃତ ଶିଶୁ ପୁତ୍ର ଜଣକ ହେଉଛନ୍ତି ରାଜୁ ମୁଣ୍ଡାଙ୍କ ପୁଅ ପିଣ୍ଟୁ ।ମିଳିଥିବା ସୂଚନା ଅନୁଯାୟୀ ଟ୍ରାକ୍ଟର ଚାଳକ ବାବୁଲି ମହାକୁଡ଼ ପିଣ୍ଟୁକୁ ନେଇ ଟ୍ରାକ୍ଟର ମର୍ଡ ଗାର୍ଡ ଉପରେ ବସାଇ ଗାଡି ଚାଳିବାରୁ ସେ ଟ୍ରାକ୍ଟରରୁ ଖସି ପଡ଼ିଥିଲେ। ତାଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes