ଘରେ କେହି ନଥିବା ବେଳେ ସୁନା ଅଳଙ୍କାର ଚୋରି ଅଭିଯୋଗ

କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଣ୍ଡଳା ଗ୍ରାମରେ ଗୁରୁବାଇ ସକାଳେ ଘରେ କେହି ନଥିବା ବେଳେ ଦୁର୍ବୃତ୍ତ ମାନେ ବୁଲୁ ଦାସଙ୍କ ଘରେ ପଶି ଚୋରି କରି କଳା କନା ବୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ।

ଗୁରୁବାର ସକାଳ ୯ ଟା ସମୟରେ ଘର ଲୋକେ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଚୋର ମାନେ ଘରେ ପଶି ବାକ୍ସ ଓ ଆଲମୀରା ଚାବି ଭାଙ୍ଗି ୨ ଭରି ଓଜନର ସୁନା ଅଳଙ୍କାର ସହ ନଗଦ ୫ହଜାର ଟଙ୍କା ନେଇଯାଇଥିବା ନେଇ ପାଟଣା ଥାନାରେ ବୁଲୁ ଦାସ ଅଭିଯୋଗ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes