ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କେନଝିରିଆପାଲି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବହଳପଦର ପଞ୍ଚାୟତର ବଡମାଳ ଗ୍ରାମରେ ଗୋଚର ଜମି ଜବରଦଖଲ ଅଭିଯୋଗକୁ ନେଇ ଗ୍ରାମବାସୀ ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଏଡିଏମ ସୁର୍ଯ୍ୟନାରାୟଣ ଦାଶ ଦାବୀପତ୍ର ଗ୍ରହଣ କରିଥିବା ଜଣାଯାଇଛି ।