ଗୁଡ୍ଡୁ ମୁସଲିମ୍ ମାମଲା: ଓଡ଼ିଶା ପୁଲିସ ସହ ଯୋଗାଯୋଗ କରି ନାହିଁ ୟୁପି ପୁଲିସ (ଅପଡେଟ)

ନିହତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍ ପୁରୀରେ ଲୁଚିଥିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ଓଡ଼ିଶାର ଜଣେ ବରିଷ୍ଠ ଆଇପିଏସ ଅଧିକାରୀ କହିଛନ୍ତି ଯେ, “ଆମ ପାଖରେ ଏପରି କୌଣସି ସୂଚନା ନାହିଁ ଏବଂ ୟୁପି ପୁଲିସ ଓଡ଼ିଶା ପୁଲିସ ସହ ଏନେଇ କୌଣସି ଯୋଗାଯୋଗ କରି ନାହିଁ”।

ୟୁପି ଏସଟିଏଫ୍ ଗୁଡ୍ଡୁର ଶେଷ ଲୋକେସନ ପୁରୀରେ ପାଇଥିଲା ଏବଂ ଗୁଡ୍ଡୁ ପୁରୀରେ ବୁଲୁଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ଅତିକର ପୁଅ ଅସଦକୁ ଏନକାଉଣ୍ଟର ପରେ ଗୁଡ୍ଡୁ ଅଣ୍ଡରଗ୍ରାଉଣ୍ଡ ହୋଇଥିଲା। ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ମୁଖ୍ୟ ସହଯୋଗୀ ଥିଲା ଗୁଡ୍ଡୁ ମୁସଲିମ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes