କ୍ଷତି ପୂରଣ ଦାବିରେ ରେଞ୍ଜଙ୍କ ସହ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରୋହଣି ଦୁମା ଗ୍ରାମର ଅନନ୍ତ ମାଝୀଙ୍କର ଗୁରବାର ସନ୍ଧ୍ୟାରେ ରାସ୍ତାରୁ ରକ୍ତ ଜୁଡୁ ବୁଡୁ ମୃତଦେହ ଉଦ୍ଧାର ହୋଇଥିଲା।

ଅନନ୍ତଙ୍କୁ ହତ୍ୟା କରାଯାଇଛି କି ଜଙ୍ଗଲ ଜନ୍ତୁ ତାଙ୍କୁ ମାରିଛି ସ୍ପଷ୍ଟ ହୋଇନଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ଥିବା ବାଘ ଆକ୍ରମଣରେ ଅନନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରୋହିଣୀ ଦୁମା ଉତ୍ୟକ୍ତ ଲୋକେକ୍ଷତି ପୂରଣ ଦାବିରେ ପାଟଣା ରେଞ୍ଜର ଘାସୀନାଥ ପାତ୍ରଙ୍କ ସହ ବନ ବିଭାଗର ଗାଡି ,ବନପାଳ ଓ ଗାର୍ଡଙ୍କୁ ଅଟକ ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes