କେନ୍ଦୁଝର ବୈଦ୍ୟଙ୍କୁ ସେବା ସମ୍ମାନରେ ସମ୍ମାନିତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଅଞ୍ଚଳରେ ବନଔଷଧି ଚିକିତ୍ସା କରି ଆସୁଥିବା ବୈଦ୍ୟ ଦଇତାରୀ ମହାନ୍ତଙ୍କୁ ସତ୍ୟସାଇ ମେଡିକାଲ କଲେଜ ଓ ହସପିଟାଲ ପକ୍ଷରୁ ଦୀର୍ଘ ବର୍ଷ ହେଲା ଉନ୍ନତ ସେବା କରିଆସୁଥିବାରୁ ସେବା ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି।

ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟଶାଣୀ ଏହି ସମ୍ମାନ ପ୍ରଦାନ କରିଥିବା ବେଳେ ଡକ୍ଟର ଅଶୋକ କୁମାର ଦୋରା, ଡକ୍ଟର ମହେନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲାପାଳ ଦେବରାଜ ସେନାପତି ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes