ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ପାହାଡ଼ପୁର ଗାଁର ହରିହର ବାରିକ ଜନ୍ମରୁ ଦିବ୍ୟଙ୍ଗ ତାଙ୍କ ଦୁଇ ଗୋଡ଼ ଠିକ ଭାବରେ ବିକଶିତ ହୋଇନଥିବାରୁ ସେ ଚାଲିପାରୁନାହାନ୍ତି କିନ୍ତୁ ଏବେ ମାଛ ଚାଷ କରି ସେ ସ୍ୱାବଲମ୍ବୀ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି ।
ତାଙ୍କ ବୟସ ୫୮ବର୍ଷ ଗତ ୫ବର୍ଷ ହେଲା ସେ ନିଜ ଘରେ ଛୋଟ କାରଖାନା ଗୋଟେ ଚଳାଇଛନ୍ତି ଯେଉଁଥିରେ କି ବିଲିଚିଂ ପାଉଡର ,ଫିନାଇଲ ଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଏବେ ତିନି ବର୍ଷ ହେବ ଦୁଇଟି ସିମେଣ୍ଟ କୁଣ୍ଡରେ ମାଛ ଚାଷ କରି ମାସକୁ ପ୍ରାୟ କ୍ୱିଣ୍ଟାଲରୁ ଅଧିକ ଉତ୍ପାଦନ କରୁଛନ୍ତି ।