କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚିନାମାଳି ପଶି ଗ୍ରାମର ତଣ୍ଡିଆ ସାହି ନିକଟରେ ଥିବା କାଶିଆ ନାଳରେ ଶୁକ୍ରବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତକ ହେଲେ ଚିନାମାଳିପଶି ଗ୍ରାମ ମୁଣ୍ଡା ସାହିର ମହେଶ୍ୱର ମହାନ୍ତଙ୍କ ପତ୍ନୀ ପାର୍ବତୀ ମହାନ୍ତ(୬୮)। ସୂଚନା ଅନୁସାରେ ବୃଦ୍ଧା ଜଣଙ୍କ ପାରାଲିସିସରେ ଆକ୍ରାନ୍ତ ଥିଲ। ଗତକାଲି ଗାଧୋଉଥିବା ସମୟରେ ପାଣିରେ ବୁଡି ଯାଇ ମୃତ୍ୟୁ ହୋଇଛି। ଆଜି ସକାଳୁ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ।