କାକାକୁ ହତ୍ୟା କରି ପୁତୁରା ଓ ଭଣଜା ଗଛରେ ଝୁଲାଇ ଦେଇଥିବା ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ସାନବ୍ରାହ୍ମନମରା ଗ୍ରାମରେ ପାରିବାରିକ କଳହକୁ ନେଇ ପଥରଚକୁଳି ଗ୍ରାମର ରତିକାନ୍ତ ଭକ୍ତାଙ୍କୁ ତାଙ୍କ ପୁତୁରା ଓ ଭଣଜା ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ଯାଇ ମୃତଦେହକୁ ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି।

ପୁଲିସ ଗାଁରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରିବା ସହ ପୁତୁରା ଓ ଭଣଜାକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ତଦନ୍ତ ଜାରି ଥିବା ସଦର ଥାନା ଅଧିକାରୀନୀ ମଧୁସ୍ମିତା ମହାନ୍ତି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes