କାଁଝରି ଡ୍ୟାମରେ ଯୁବକ ନିଖୋଜ (ଅପଡେଟ)

କେନ୍ଦୁଝର ଜିଲ୍ଲା ସଦର ଥାନା କାଁଝରି ଡ୍ୟାମରେ ଗୁରୁବାର ଅପରାହ୍ନରେ ଜଣେ ୨୮ ବର୍ଷ ଯୁବକ ନିଖୋଜ ହୋଇଯାଇଥିବା ଜଣା ପଡ଼ିଛି। ନିଖୋଜ ଯୁବକ ଜଣକ ହେଉଛନ୍ତି ସଦର ଥାନା ଭାଲୁକି ପାତଳା ଗ୍ରାମର ପ୍ରତୀକ ମହାନ୍ତ।

ସୂଚନା ଯେ, ପ୍ରତୀକ ସାଙ୍ଗମାନଙ୍କ ସହ ଭୋଜି କରି ଡ୍ୟାମର ଦ୍ୱିତୀୟ ଗେଟ ନିକଟରେ ତାଙ୍କ ବାଇକ ଚାବି ସହ ଠିଆ ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ଗୁରୁବାର କେନ୍ଦୁଝର ଅଗ୍ନିଶମ ଷ୍ଟେସନ ପରିଚାଳକ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ ବୋଟ ସାହାଯ୍ୟ ଡ୍ୟାମରେ ଯୁବକଙ୍କୁ ବହୁ ଖୋଜା ଖୋଜି କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes