ଏସଟିଏଫ ଉପରକୁ ଫାୟାରିଂ କରି ଗାଡ଼ି ଛଡ଼ାଇ ନେଲେ ଗୋଚାଲାଣକାରୀ

କେନ୍ଦୁଝର ଜିଲ୍ଲା କିରେଇଟାଙ୍ଗିରି ଟୋଲଗେଟ୍ ବାରିକେଡ୍ ଭାଙ୍ଗି ଏସଟିଏଫ ଉପରକୁ ୧୦ରୁ ୧୫ ରାଉଣ୍ଡ ଗୁଳିମାଡ଼ କରି ଗୋଚାଲାଣକାରୀ ଖସିଯାଇଛନ୍ତି ।

ଆତ୍ମରକ୍ଷା ପାଇଁ ଏସଟିଏଫ ୨ ରାଉଣ୍ଡ ଗୁଳି କରିଥିବା ସୂଚନା ମିଳିଛି। ୫ଟି ଗୋରୁ ବୋଝେଇ କଣ୍ଟେନରକୁ ଏସଟିଏଫ ପିଛା କରିବାରୁ ମୁହାଁମୁହିଁ ହୋଇଛନ୍ତି। ୨ଟି ଗାଡ଼ିକୁ ଟାଉନ ପୁଲିସ ଅଟକାଇଥିବା ବେଳେ ୩ଟି ନେଇ ପଳାଇଛନ୍ତି। ଧରାପଡ଼ିଥିବା ୨ଟି ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes