ଆଜି ସକାଳେ ସଦର ରେଞ୍ଜ ଅନ୍ତର୍ଗତ ଟାଙ୍ଗରାଣୀ ଗ୍ରାମରେ ଜଣେ ବ୍ୟକ୍ତି ଙ୍କ ଘରେ ପଶି ଯାଇଥିବା କୁଟୁରାକୁ ଗ୍ରାମବାସୀଙ୍କ ସହାୟତାରେ ବନ ବିଭାଗ ଉଦ୍ଧାର କରିଛି। ପରେ ତାର ଆଶୁ ଚିକିତ୍ସା କରି ଜଙ୍ଗଲରେ ଛାଡ଼ି ଦିଆ ଯାଇଥିବା ବେଲଦା ବିଟ ର ବନରକ୍ଷୀ ମିତ୍ରଭାନୁ ନାଏକ କହିଛନ୍ତି।
ଉକ୍ତ ଜଙ୍ଗଲରେ ବହୁ ସଂଖ୍ୟାରେ କୁଟୁରା ଓ ଅନ୍ୟ ବନ୍ୟ ଜନ୍ତୁ ରହିଛନ୍ତି। ଏଣୁ ସେମାନଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଲୋକ ଓ ବନ ବିଭାଗ ସଜାଗ ରହିଛି।