ଆଇଟିଆଇରେ ପଢୁଥିବା ଛାତ୍ର ପିଇଲେ ବିଷ

ଭଦ୍ରକ ଜିଲ୍ଲା ତିହିଡ଼ି ନନ୍ଦପୁର ଅଞ୍ଚଳର ଆଶୁତୋଷ ମଲ୍ଲିକ ନାମକ ଜଣେ ଛାତ୍ର ଗତକାଲି ଆଇଟିଆଇ କଲେଜରୁ ଘରକୁ ଫେରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ସେ କାହିଁକି ବିଷ ପିଇଲେ ତାହା ସ୍ପଷ୍ଟ ହୋଇନି। ଆଶୁତୋଷ ଭଦ୍ରକର ଏକ ଘରୋଇ ଆଇଟିଆଇ କଲେଜରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗର ଛାତ୍ର ।ତାଙ୍କୁ ଗୁରୁତର ଅବସ୍ଥାରେ  ପ୍ରଥମେ ତିହିଡି଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ଡାକ୍ତର। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes