ଅଗ୍ନିଶମ କର୍ମଚାରୀ ଆୟତ୍ତ କଲେ ଜଙ୍ଗଲ ନିଆଁ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ସିଲିପଦା ଜଟିଆ ହୁଡ଼ିନିକଟରେ ଥିବା ପଟାସ ଜଙ୍ଗଲ ରେ ସୋମବାର ନିଆଁ ଲାଗି ଶହଶହ ଗଛ ଜଳି ପଡି ନଷ୍ଟ ହୋଇଯାଇଛି। ।

ନିଆଁ ର ପ୍ରକୋପ ଏତେ ପ୍ରଖର ଥିଲା ଯେ ଚାହୁଁ ଚାହୁଁ ସାରା ଜଙ୍ଗଲକୁ ନିଆଁ ବ୍ୟାପି ଯାଇଥିଲା।ଜଙ୍ଗଲ ରେ ନିଆଁ ଲାଗିଥିବାରୁ ଜଙ୍ଗଲ ପାଖରେ ଥିବା ଘରର ଲୋକେ ଭୟଭୀତ ଅବସ୍ଥା ରେ ରହିଥିଲେ । ଖବର ପାଇ ଆହାରପଡା ଅଗ୍ନିଶମ ବିଭାଗ ପହଞ୍ଚି ସ୍ଥାନୀୟ ଲୋକ ଙ୍କ ସହାୟତା ରେ ନିଆଁ କୁ ଆୟତ୍ତ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes