ସୂର୍ଯ୍ୟ ପରାଗରେ ପରମ୍ପରା ବିରୋଧୀ ମନ୍ତବ୍ୟ ଅଭିଯୋଗ ପ୍ରସଙ୍ଗରେ ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ କରିଛନ୍ତି ହାଇକୋର୍ଟ ଆଇନଜୀବୀ ସନ୍ଦିପନ ମିଶ୍ର।
ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ନ ନିଆଯିବ ସେନେଇ ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ କହିଛନ୍ତି। ହିନ୍ଦୁ ଧର୍ମକୁ ଅସମ୍ମାନ କଲା ଭଳି ଗଣମାଧ୍ୟମରେ ସୂର୍ଯ୍ୟପରାଗକୁ ନେଇ ତଥ୍ୟ ରଖିଥିବାରୁ ନୋଟିସ।