ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମର ତ୍ରିନାଥ ପ୍ରଧାନଙ୍କ ପୁଅ ଭୋଳେଶ୍ବର ପ୍ରଧାନଙ୍କ ଗତ ୨୦୧୮ ମସିହାରୁ ଅଷ୍ଟମ, ନବମ, ଦଶମର ଶିକ୍ଷା ବୃତ୍ତି ଟଙ୍କା ପାଇଁ ଆବେଦନ କରିଥିଲେ।
ବାରମ୍ବାର ଲେବର ଅଫିସ୍ ଯାଇ ମଧ୍ୟ ଟଙ୍କା ପାଇନଥିଲେ। ବୃତ୍ତି ଟଙ୍କା ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନଦେଲେ ତମ ପୁଅ ପଇସା ପାଇବ ନାହିଁ ବୋଲି ତାଙ୍କୁ କୁହାଯାଇଥିବା ସେ କହିଛନ୍ତି। ଏନେଇ ଆଜି ତ୍ରୀନାଥ ପ୍ରଧାନ ଅନୁଗୁଳ ଜିଲ୍ଲାପାଳଙ୍କ ଠାରେ ଦ୍ଵାରସ୍ଥ ହୋଇଛନ୍ତି।