ରାସ୍ତାରେ ପଡ଼ିଥିବା ଅଚେତ୍ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସୁଲୋଚନା

ଭୁବନେଶ୍ୱର ୟୁନିଟ-୯ର ରାସ୍ତାରେ ଅଚେତ୍ ଅବସ୍ଥାରେ ପଡ଼ିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରିଛନ୍ତି ମେୟର ସୁଲୋଚନା ଦାସ।

ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସହ କଥା ମଧ୍ୟ ହୋଇଛନ୍ତି ସୁଲୋଚନା। ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି।
ଦିନରେ ପ୍ରବଳ ଖରା ହେଉଥିବାରୁ ଜରୁରୀ ନଥିଲେ ଘରୁ ନବାହାରିବାକୁ ମେୟର ପରାମର୍ଶ ଦେଇଛନ୍ତି। ଏହା ସହ ଘରୁ ବାହାରକୁ ଗଲେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes