କପ୍ତିପଦା ଉପଖଣ୍ଡ ଉଦଳାରେ ଆଜି ସନ୍ଧ୍ୟା ସମୟରେ କପ୍ତିପଦା ଅଞ୍ଚଳର ଦୀନବନ୍ଧୁ ନାଏକ ଏକ ହିରୋ ସୁପର ସ୍ପେଣ୍ଡର ଗାଡି ରଖି ଉଦଳା ପରିବା ବଜାରକୁ କିଣିବାକୁ ଯାଇଥିଲେ ।
ପରିବା କିଣି ସାରିବା ପରେ ଗାଡି ରଖିଥିବା ସ୍ଥାନରେ ନଥିବାର ଦେଖି ସଂଗେ ସଂଗେ ଉଦଳା ଥାନାକୁ ଯାଇ ଗାଡି ଚୋରି ହେଇଥିବା ଲିଖିତ ଆକାରରେ ଅଭିଯୋଗ କରିଥିଲେ । ପୁଲିସ ଏବେ ତଦନ୍ତ ଚଳାଇଥିବା ଜଣାପଡିଛି ।