ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ତହସିଲ ଅଫିସ ଘେରାଉ କରାଯାଇଥିଲା ।
ନଗରସଭାପତି ଭକ୍ତ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ନେତା ତଥା ପିସିସି ସାଧାରଣ ସମ୍ପାଦକ ଅଶୋକ ଦାସ,ବ୍ଲକ ସଭାପତି ରମେଶ ଚନ୍ଦ୍ର ବଳ,ଯୁବନେତା ବିଜୟ କୁମାର ମହାନ୍ତି,ନାରୀ ନେତ୍ରୀ ମଞ୍ଜୁଲତା ପଣ୍ଡା ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏହି ଘେରାଉରେ ସାମିଲ ହୋଇଥିଲେ ।