ଲାଞ୍ଚ ଟଙ୍କା ଜବତ କଲା ଭିଜିଲାନ୍ସ, ଖସିଗଲେ ବିଇଓ

ଜଣଙ୍କର ପେନସନ କାଗଜ କରାଇଦେବାକୁ ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲେ ମଧ୍ୟ ସେ ଖସିଯିବାରେ ସଫଳ ହୋଇଛନ୍ତି l ତେବେ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଭିଜିଲାନ୍ସ ଅଧିକାରୀ ବିଇଓଙ୍କ ଟେବୁଲ ଡ୍ର’ରୁ 20 ହଜାର ଟଙ୍କା ଜବତ କରିଛନ୍ତି l

ବିଇଓଙ୍କ ବାସଭବନ ଓ ପୈତୃକ ବାସଭବନରେ ଏବେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି l

ଫେରାର ଥିବା ବଳାତ୍କାର ଅଭିଯୁକ୍ତ ଗିରଫ

ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଗତ 28 ତାରିଖରେ ଜଣେ ନାବାଳିକାକୁ ବଳାତ୍କାର ମାମଲାରେ ଫେରାର ଥିବା ଅଭିଯୁକ୍ତକୁ ତାଳଚୁଆ ନିକଟରୁ ଗିରଫ କରାଯାଇଥିବା ସାମୁଦ୍ରିକ ଥାନା ପୁଲିସ ଆଜି କହିଛି l

ସ୍କୁଟି ସହ ୨୫ କିଲୋ ହରିଣ ମାଂସ ଜବତ, ଜଣେ ଗିରଫ

କେନ୍ଦ୍ରାପଡ଼ା ଜିଲ୍ଳାର ଭୁତମୁଣ୍ଡାଇ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ତାଙ୍କ ସ୍କୁଟିରୁ 25 କିଲୋ ହରିଣ ମାଂସ ଜବତ କରାଯାଇଥିବା ସ୍ଥାନୀୟ ପୁଲିସ ଆଜି କହିଛି l

ମହାକାଳପଡା ଅଞ୍ଚଳରେ ସେ ହରିଣ ଶିକାର କରି ଏହି ମାଂସ ଆଣିଥିବା ଜଣାପଡିଛି l

ମାଛ ଧରିବାକୁ ଯାଇ ଯୁବକ ବ୍ରାହ୍ମଣୀ ନଦୀରେ ନିଖୋଜ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନଳପାହି ଗ୍ରାମର ଜଣେ ଯୁବକ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି l

ନଦୀକୂଳରେ ଯୁବକଙ୍କ ଗାମୁଛା ଓ ଚପଲ ପଡିଥିବାରୁ ତାଙ୍କୁ କୁମ୍ଭୀର ଟାଣିନେଇଥିବା ଆଶଙ୍କା କରାଯାଉଛି l

ବିଜେପିର ବରିଷ୍ଠ ନେତା ବିଜୟ ପ୍ରଧାନଙ୍କ ପରଲୋକ

ମହାକାଳପଡ଼ାର ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କର 70 ବର୍ଷ ବୟସରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଥିବା ଆଜି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି l

ମହାକାଳପଡ଼ା ବଜାରରେ ଗୁଳିମାଡ଼, ଜଣେ ଆହତ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଜାରରେ ଆଜି ଅପରାହ୍ନରେ ଦୁଇଟି ବାଇକରେ ଛଅ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିବାରୁ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି l

ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

Nuakhai wishes